"A new path of creativity"

କବିରତ୍ନ ନୂତନ କୁମାର ବେହେରା
ଶ୍ରୀମତୀ ସାବିତ୍ରୀ ବେହେରା

କବିରତ୍ନ ନୂତନ କୁମାର ବେହେରା,

ଜନ୍ମ - ୧୯/୦୫/୧୯୬୧

ଶିକ୍ଷାଗତ ଯୋଗ୍ୟତା- M.A., B.Ed.

ଜନ୍ମସ୍ଥାନ - କୋହି ଗ୍ରାମ, ମୋରଡା ବ୍ଲକ୍, ମୟୂରଭଞ୍ଜ ଜିଲ୍ଲା ।

ପିତା ୰ କିର୍ତ୍ତନ ବେହେରା, ମାତା ୰ ଲକ୍ଷ୍ମୀ ବେହେରା

ସ୍ତ୍ରୀ - ଶ୍ରୀମତୀ ସାବିତ୍ରୀ ବେହେରା

ବୃତ୍ତି - ଶିକ୍ଷକତା

ବିଶେଷ ରୁଚି - ବୃକ୍ଷରୋପଣ,ଯୋଗ କରିବା, ସାହିତ୍ୟ ରଚନା,

ପ୍ରବଚନ ଦେବା ଓ ପୁରାଣ ଶାସ୍ତ୍ର ପାଠ,ଇତ୍ୟାଦି ।

ପ୍ରଧାନ ଶିକ୍ଷକ ଭାବରେ ଶିକ୍ଷକତା ସେବା ବୃତ୍ତିରୁ ଅବସର ନେଇଛନ୍ତି ଶ୍ରୀଯୁକ୍ତ ନୂତନ କୁମାର ବେହେରା । ଏବେ ଆଉ ସେ ସରକାରୀ ଚାକିରିରେ ନାହାଁନ୍ତି ସତ କିନ୍ତୁ ଅଛି ତାଙ୍କର ସେଇ ଛାତ୍ର ଅବସ୍ଥାର ମନୋଭାବ ଓ ପାରିବାରିକ ଜୀବନର ହସ, ଲୁହ ଓ ସାଂସାରିକ ବନ୍ଧନ ମଧୁର ସଂପର୍କ ।

୧୯୮୦ ମସିହାରୁ ଲେଖନୀ ଚାଳନା କରି ଅଦ୍ୟାବଧି ଦୈନିକ ସେ ଲେଖିବା ଅଭ୍ୟାସ ଜାରି ରଖିଛନ୍ତି :- ଚାଳିଶଟିରୁ ଉର୍ଦ୍ଧ୍ବ ନାଟକ ଓ ଏକାଙ୍କିକା ରଚନା କରିବା ସହିତ ପ୍ରବନ୍ଧ, ଗଳ୍ପ, ଶିଶୁ କବିତା, ଦେଶାତ୍ମବୋଧକ କବିତା, ଗୀତି କବିତା, ବିଭିନ୍ନ ପ୍ରାଚୀନ ରାଗରେ ଛନ୍ଦ

କବିତା,ଚଉତିଶା, ଚମ୍ପୂ ସହିତ ଆଧୁନିକ କବିତା,ବ୍ୟଙ୍ଗ ଗଳ୍ପ ଓ ବ୍ୟଙ୍ଗ କବିତା ଆଦି ରଚନା କରିଛନ୍ତି । ଏବେ ବି ତାଙ୍କ କଲମ ସଦା ଚଳଚଞ୍ଚଳ ।

ଓଡିଶାର ବିଭିନ୍ନ ପ୍ରମୁଖ ପତ୍ର ପତ୍ରିକାରେ ଓ ଦୈନିକ ସମ୍ବାଦ ପତ୍ରରେ ତାଙ୍କର ସହସ୍ରାଧିକ କବିତା,ଗଳ୍ପ, ପ୍ରବନ୍ଧ, ବ୍ୟଙ୍ଗ କବିତା ଆଦି ପ୍ରକାଶ ପାଇଛି ଓ ପ୍ରକାଶିତ ହେବାର କ୍ରମଧାରା ଲାଗି ରହିଛି । ଜିଲ୍ଲା ଓ ରାଜ୍ୟ ସ୍ତରରେ ଜଣେ ଆଦର୍ଶ ଶିକ୍ଷକ ଭାବେ ସମ୍ମାନୀତ ହୋଇଛି, ଏତତ୍ ଭିନ୍ନ ଜଣେ ସାରସ୍ବତ ସାଧକ କବି ଭାବେ ମଧ୍ଯ ଚାରୋଟି ଉପାଧି ଓ ସମ୍ମାନ, ମାନପତ୍ର ତଥା ପ୍ରଶଂସା ପତ୍ର ଲାଭ କରିଛନ୍ତି ।

ତାଙ୍କ ପ୍ରକାଶିତ ପୁସ୍ତକ ଓ ଇ-ପୁସ୍ତକମାନ ହେଲା - କବିତା କୈବଲ୍ଯ (କବିତା ସଂକଳନ)

ଇ-ପୁସ୍ତକ ଗୁଡିକ - (କବିତା ସଂକଳନ) ଅନ୍ତସ୍ପନ୍ଦନ, ମୋ ଚିନ୍ତା ଚିନ୍ତନ , ଫୁଲକଢି ।

ଗଳ୍ପ ସଂକଳନ - ଗଳ୍ପ ମହୁରୀ, ବିବର୍ଣ୍ଣ ଅସ୍ତରାଗ

ଏହି ଇ-ପୁସ୍ତକ ଗୁଡିକ t. p. publication ଦ୍ବାରା ପ୍ରକାଶିତ ଏବଂ ଏହି ଇ-ପୁସ୍ତକ ଗୁଡିକ www.tppublication.com

website ରେ ଉପଲବ୍ଧ ଅଟେ ।

ଶ୍ରୀଯୁକ୍ତ ନୂତନ କୁମାର ବେହେରାଙ୍କୁ ମିଳିଥିବା ସମ୍ମାନ ଓ ଉପାଧି